ନବରଙ୍ଗପୁର/ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ନିକଟରେ ଏକ ମଶାଣି ବିବାଦ ଉଗ୍ର ରୁପ ନେଇଛି। ଜଣେ ବୃଦ୍ଧାଙ୍କ ଶବ ସଂସ୍କାର ନେଇ ବିବାଦ ଉପୁଜିବା ପରେ ଦିନ ୧୧ଟାରୁ ଲୋକେ ମୃତଦେହ ରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି। ଖବରପାଇ ପୁଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ରାଇଘର ଧଡ୍ରାପରାଠାରେ ୭ ଏକ ଜଙ୍ଗଲ ଜମିକୁ ଶ୍ମଶାନ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଜଙ୍ଗଲରେ ପତ୍ରକୋଟି ସାହି ଓ ହରିଜନ ସାହିର ଲୋକେ ଶବ ସଂସ୍କାର କରିଥାନ୍ତି। ତେବେ ଗତ କିଛି ଦିନ ହେବ ଏହି ଶ୍ମଶାନ ଜମିକୁ ନେଇ ଉଭୟ ସାହିର ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଆଜି ସକାଳେ ହରିଜନ ସାହିର ଜଗନ୍ନାଥ ହରିଜନଙ୍କ ମାଆ ଗୁରୁବାରୀ ହରିଜନ(୬୫ ବର୍ଷ)ଙ୍କର ମତ୍ୟୁ ଘଟିଥିଲା। ତେଣୁ ପରିବାର ଓ ସାହି ଲୋକେ ଶବ ସଂସ୍କାର ପାଇଁ ଧଡ୍ରାପରା ଶ୍ମଶାନକୁ ଆସିବାରୁ ପୁଣି ବିବାଦ ଉପୁଜି ଥିଲା। ତେଣୁ ଲୋକେ ଗୁରୁବାରୀଙ୍କ ମୃତଦେହ ରାସ୍ତାରେ ରଖି ଆନ୍ଦୋଳନ ଚଳାଇଛନ୍ତି।
ନବରଙ୍ଗପୁର: ଶ୍ମଶାନ ବିବାଦରୁ ଅନ୍ତିମ ସଂସ୍କାର ହୋଇ ପାରୁନାହିଁ, ମୃତଦେହ ରାସ୍ତାରେ ରଖି ଆନ୍ଦୋଳନ
Share Now: